ବାୟର ଫାର୍ମରାଇଜ୍ ଆପ୍ ଇନଷ୍ଟଲ କରନ୍ତୁ!
ବିଶେଷଜ୍ଞ କୃଷି ସମାଧାନ ପାଇଁ!

ଅନେକ ଜାଗାରେ ଚାଷୀମାନେ ପରାଗସଙ୍ଗମକୁ ସୁବିଧାଜନକ କରିବା ପାଇଁ ମହୁମାଛି ପାଳନ କରିଥାନ୍ତି । ଏହି ମହୁମାଛିଗୁଡ଼ିକ ବ୍ୟବସାୟିକ ଫସଲର ମୁଖ୍ୟ ପରାଗ ସଙ୍ଗମକାରୀ ହୋଇଥାନ୍ତି । ବଣୁଆ ମହୁମାଛିମାନେ ମଧ୍ୟ ପରାଗ ସଙ୍ଗମ କାମ କରିଥାନ୍ତି । ପରାଗ ସଙ୍ଗମକାରୀଙ୍କୁ କୀଟନାଶକ ଦ୍ୱାରା ଯେପରି କ୍ଷତି ନ ପହଞ୍ଚେ ଏଥିପ୍ରତି ଯତ୍ନ ନିଆଯିବା ଆବଶ୍ୟକ । ଆଜି, ଆମେ ଖାଉଥିବା ଅନେକ ଖାଦ୍ୟ ଉଦ୍ଭିଦଜାତ ଅଟେ ଏବଂ ସେଗୁଡ଼ିକ ମଧ୍ୟରୁ 70% ଉତ୍ପାଦର ଉତ୍ପାଦନ ପାଇଁ ପରାଗ ସଙ୍ଗମକାରୀଙ୍କ ଆବଶ୍ୟକତା ରହିଥାଏ । କେତେକ ଫସଲର ପରାଗ ସଙ୍ଗମ ପବନ ଦ୍ୱାରା ହୋଇଯାଏ, କିନ୍ତୁ ପରାଗ-ସଙ୍ଗମକାରୀଙ୍କ ଉପସ୍ଥିତି ଥିଲେ ସେଥିରେ ଫଳଧାରଣର ହାର ବଢ଼ିଯାଇଥାଏ ।


















ମହୁମାଛି ପାଳନ, ଚାଷୀମାନଙ୍କ ଅମଳକୁ ବୃଦ୍ଧି କରିବା ସହିତ ତାଙ୍କ ପାଇଁ ଏକ ବିକଳ୍ପ ରୋଜଗାର ପନ୍ଥା ମଧ୍ୟ ହୋଇପାରିବ । ପାଳନ ସ୍ଥାନଟି ଭଲ ଜଳ ନିଷ୍କାସନର ସୁବିଧା ଥିବା ଖୋଲା ଜାଗା ହୋଇଥିବା ଉଚିତ୍, ଏହା ପ୍ରଚୁର ଫୁଲ ଓ ପରାଗ ରହିଥିବା ବଗିଚା/ତୋଟା ନିକଟରେ ହେବା ବାଞ୍ଛନୀୟ । ଉତ୍ତମ ମହୁମାଛି ପାଳନ ପଦ୍ଧତି, ଗୁଣାତ୍ମକ ମହୁମାଛିଙ୍କ ଚୟନ, କଲୋନୀ ରଖିବା ସ୍ଥାନ, ଋତୁକାଳୀନ ପରିଚାଳନା ସମ୍ବନ୍ଧୀୟ ବିବରଣୀ/ସୂଚନା/ଉପଦେଶ ପାଇଁ ଦୟାକରି ଆପଣଙ୍କର ନିକଟତମ କୃଷି ବିଜ୍ଞାନ କେନ୍ଦ୍ର ସହିତ ପରାମର୍ଶ କରନ୍ତୁ । ଦେଶରେ ‘‘ମଧୁର ବିପ୍ଳବ’’ର ଲକ୍ଷ୍ୟକୁ ହାସଲ କରିବା ପାଇଁ ଅଭିଯାନ ଭିତ୍ତିରେ ବୈଜ୍ଞାନିକ ଭାବେ ମହୁମାଛି ପାଳନର ସର୍ବାଙ୍ଗୀନ ପ୍ରଚାରପ୍ରସାର ଓ ବିକାଶ ଲାଗି ଭାରତ ସରକାର 2 ବର୍ଷ ପାଇଁ ‘‘ରାଷ୍ଟ୍ରୀୟ ମହୁମାଛି ପାଳନ ଏବଂ ମହୁ ମିଶନ୍ (NBHM)’’ ନାମକ ଏକ ନୂଆ କେନ୍ଦ୍ରୀୟ ଯୋଜନାକୁ ମଧ୍ୟ ମଞ୍ଜୁରୀ ଦେଇଛନ୍ତି ।


ଏହି ଆଲେଖ୍ୟକୁ ପଢ଼ିଥିବାରୁ ଧନ୍ୟବାଦ । ଆଶା କରୁଛୁ ଆଲେଖ୍ୟକୁ ଲାଇକ୍ କରିବା ପାଇଁ ଆପଣ ♡ ଆଇକନକୁ କ୍ଲିକ୍ କରିଥିବେ । ଏହାକୁ ନିଜର ସାଙ୍ଗସାଥୀ ଓ ପରିବାର ସଦସ୍ୟଙ୍କ ସହିତ ଶେୟାର୍ ମଧ୍ୟ କରନ୍ତୁ!